ଗୋପୀନାଥ ପୁର ଆଶ୍ରମ ବିଦ୍ୟାଳୟ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଗୋପୀନାଥଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଗୋପୀନାଥପୁର ଆଶ୍ରମ ବିଦ୍ୟାଳୟର ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପ୍ରଦୁମ୍ନ କୁମାର ଲେଙ୍କା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଶରତ କୁମାର ରାଉତ, ସମ୍ମାନୀତ ଅତିଥି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପୁର୍ତ୍ତି, ଖାଳିଆମେଣ୍ଟା ସରପଞ୍ଚ ବୃନ୍ଦାବନ ଜେନା, ଶିକ୍ଷାବିତ୍‌ ବିଜୟ କୁମାର ସାହୁ, କାର୍ଯ୍ୟକ୍ରମ ପ୍ରଶିକ୍ଷକ ବେଦୀ ପ୍ରସାଦ ରାଉତ, ସ୍ୱାସ୍ଥ୍ୟକର୍ମଚାରୀ ବିଜୟ କୁମାର ସାହୁ, ପ୍ରାଣି ଚିକିତ୍ସକ ବାବାଜୀ ଜେନା, ଡ ଶାନ୍ତ୍ରା କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚନ୍ଦ୍ର ମୋହନ ଟୁଡୁ ପ୍ରମୁଖ ଯୋଗଦେଇ ପି ଏ ପି ସମାବେଶର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ପି ଏ ପି ର ବାର୍ତ୍ତା ଆମେ ଜାଣିବୁ ଓ ଆମେ ଜିଣିବୁକୁ ଅତିଥି ମାନେ ପ୍ରତୀପାଦନ କରିଥିଲେ।

ଗୋପୀନାଥପୁର ସରକରୀ ଆଶ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ରାଉତ, ବାର୍ଷିକ ବିବରଣୀ ପାଠ କରିଥିଲେ। ଶୁଭେନ୍ଦୁ ସୁନ୍ଦର ରାଉତ ,ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ କଲ୍ୟାଣି ସିଂ, ଉତ୍ତମା ସାହୁ ,ସନ୍ଧ୍ୟାରାଣୀ ସାମଲ, ନିରୁପମା ସ୍ଵାଇଁ, ଚାନ୍ଦମଣି ବାନ୍ଦିଆ, ରଜନୀ ରାଣୀ ହେମ୍ରମ, ଭଗବତୀ ବିଶ୍ଵାଳ, ବାସନ୍ତୀ ଟୁଡ଼ୁ, ସରସ୍ଵତୀ ହେମ୍ରମ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକସଞ୍ଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଦ୍ଵିତୀୟ ବା ଶେଷ ପର୍ଯ୍ୟୟରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ପରି ଉପରେ ଆଧାରିତ ସଚେତନ ନାଟକ ଅତିଥିମାନଙ୍କ ମନକୁ ଛୁଇଁ ପାରିଥିଲା। ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେl

Leave a Reply

Your email address will not be published. Required fields are marked *

Back to top button