ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଯେଉଁମାନେ ବିକାଶକୁ ବିରୋଧ କରିବେ ସେମାନେ ଆଉ ଗୃହକୁ ଫେରିପାରିବେନି। ବିରୋଧୀଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖବର ଅନୁଯାୟୀ ଗୁରୁବାର ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀ କରିଥିଲେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଇନ ଶୃଙ୍ଖଳା ରକ୍ଷାପାଇଁ ପୋଲିସ ଦିନରାତି ଏକ କରି କାମ କରୁଛି। ହେଲେ କର୍ତ୍ତବ୍ୟରତ ମହିଳା ପୋଲିସକୁ ନିର୍ଯାତନା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଏହା କହି ପରୋକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ତେବେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ନବୀନ କହିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି।

Leave a Reply

Your email address will not be published. Required fields are marked *

Back to top button