ଦୁଇ ଛୁଆର ମା’ ପ୍ରେମିକ ସହ ଫେରାର

ବଲାଙ୍ଗୀରି : ପ୍ରେମିକ ସହିତ ପଳାଇଲା ଦୁଇଟି ଛୁଆର ମା’। ଏହି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପତ୍ନୀଙ୍କୁ ଖୋଜି ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଲୋଇସିଂହା ଥାନା ବଡ଼ଟିକା ଗାଁର ମହାରଘୁ ରଣା ୧୨ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିଥିଲା। ଉଭୟଙ୍କର ୯ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି। ମହାରଘୁ ଶ୍ରମିକ ଭାବରେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚାଲୁଥିଲା। କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। କଥାବାର୍ତ୍ତାରେ ଅସୁବିଧା ହେଉଥିବାରୁ ପ୍ରେମିକ କିଣି ଦେଇଥିଲେ ମୋବାଇଲ।

ନୂଆଁଖାଇରେ ଘର ଉତ୍ସବ ମୁଖର ଥିବାବେଳେ ଏଥିରେ ସାମିଲ ନହୋଇ ମହିଳା ଜଣକ ପ୍ରେମିକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହାଦେଖି ମହାରଘୁ ବିରକ୍ତି ପ୍ରକାଶ କରିବା ସହିତ ତାଗିଦ କରିଥିଲେ। ଗୁରୁବାର ସନ୍ଧ୍ୟାରେ ଚାଷ ଜମିକୁ ଯାଉଛି କହି ସମ୍ପୃକ୍ତ ମହିଳା ଘରୁ ଯାଇଥିଲେ ହେଁ ଆଉ ଫେରିନଥିଲେ। ଖୋଜା ଖୋଜି ପରେ ସ୍ତ୍ରୀକୁ ନପାଇ ସ୍ଵାମୀ ମହାରଘୁ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button