ରାଜନଗର ବିଧାୟକ ଜଙ୍ଗଲ ଜମିରେ ହୋଟେଲ କରିଛନ୍ତି : କଂଗ୍ରେସ

ପଟ୍ଟାମୁଣ୍ଡାଇ : ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ଜଙ୍ଗଲ ଜମିକୁ ଜବରଦଖଲ କରି ହୋଟେଲ ନିର୍ମାଣ କରିଛନ୍ତି। କଂଗ୍ରେସ ଏହି ଅଭିଯୋଗ ଆଣିଛି। ଏହାକୁ ନେଇ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହୋଇଛନ୍ତି।

ଖବର ଅନୁଯାୟୀ ଜଙ୍ଗଲ ଜମିରେ ହୋଟେଲ ନିର୍ମାଣକୁ ନେଇ ପଟ୍ଟାମୁଣ୍ଡାଇ କଂଗ୍ରେସ କମିଟି ପକ୍ଷରୁ ଏକ ରାଲି କରାଯିବା ସହିତ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସେହିପରି ରାଜନଗରରେ ମଧ୍ୟ ଶତାଧିକ କଂଗ୍ରେସ କର୍ମୀ ଏକ ରାଲିରେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଯାଇ ସ୍ମାରକପତ୍ର ଦେଇଥିଲେ। ପରେ ଗୋପାଳପୁର ଛକରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଥିବା ବେଳେ ଏହା ମିଥ୍ୟା ଓ ହାସ୍ୟାସ୍ପଦ ବୋଲି କୁହାଯାଇଛି। ଯଦି ବିଧାୟକ ଜଙ୍ଗଲ ଜମି ମାଡ଼ି ବସିଥିବାର ପ୍ରମାଣ ତାଙ୍କ ନିକଟରେ ଅଛି ତେବେ ସେମାନେ ଆଇନର ଆଶ୍ରୟ କାହିଁକି ନେଉ ନାହାନ୍ତି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button