ଦୁଇହଜାର ଟଙ୍କିଆ ନୋଟ୍ ବଦଳ ଅବଧି ବଢିଲା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଅବଧିକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଖବର ଅନୁଯାୟୀ ଆରବିଆଇ ଜାରି କରିଥିବା ବିବୃତ୍ତିରେ କୁହାଯାଇଛି ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଓ ବଦଳ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ। ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବ୍ୟାଙ୍କରେ ବଦଳ କରାଇବାକୁ ଆରବିଆଇ ଘୋଷଣା କରିଥିଲା। ଶନିବାର ଅବଧି ଶେଷ ହୋଇଥିବାରୁ ବୃଦ୍ଧି କରାଯାଇଛି। ବ୍ୟାଙ୍କ ଆହୁରି କହିଛି ଡେଡଲାଇନ୍ ଶେଷ ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବୈଧ ରହିବ। କାରଣ ବର୍ତ୍ତମାନ ସୁଦ୍ଧା ୩ କୋଟି ୫ ଲକ୍ଷ ୬୦୦୦ ଟଙ୍କା ଫେରିଛି। ଆହୁରି ୨୫ ହଜାର କୋଟିର ନୋଟ୍ ଫେରିବାକୁ ବାକିଅଛି।

Leave a Reply

Your email address will not be published. Required fields are marked *

Back to top button