ସାଇ ଆଦର୍ଶ ମେସ ଓ ଇ.ଡି କ୍ରସ୍ କୋଚିଙ୍ଗର ଛାତ୍ରଛାତ୍ରୀଙ୍କ ସଫଳତା

ଔପଦା : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକର ସାଇ ଆଦର୍ଶ ମେସ ଓ ଓଡ଼ିଶାର ଅଗ୍ରଣି ଶିକ୍ଷାନୁଷ୍ଠାନ ଇ .ଡି କ୍ରସ୍ କୋଚିଙ୍ଗ ସେଣ୍ଟର ପିଲାଙ୍କର ଜିଲ୍ଲା ସ୍ତରିୟ ଓ.ଏ.ଭି ଫାଉଣ୍ଡେସନ ଡେ’ରେ ଅନେକ ସଫଳତା ହାସଲ କରିଛି।

ଶିକ୍ଷା ଅନୁଷ୍ଠାନର କାମ୍ୟାଶ୍ରୀ ପଟ୍ଟନାୟକ ଏଲୋକେସନର ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସଙ୍ଗୀତରେ ମୃତୁଞ୍ଜୟ ପ୍ରଧାନ ପ୍ରଥମ, କୁଇଜରେ ରିତିକ ରୋମିଓ ରଜ ଦ୍ଵିତୀୟ ସ୍ଥାନ, ନୃତ୍ୟରେ ଗାୟତ୍ରୀ ଜେନା ତୃତୀୟ ସ୍ଥାନ, ଗ୍ରୁପ୍ ନୃତ୍ୟରେ ଗାୟତ୍ରୀ ପତି, ଅମ୍ରିତା ମହାରଣା, ଏସ୍ ଆରାଧ୍ୟା ନାୟକ ଓ ଆଦ୍ୟାଶା ପଣ୍ଡା ଯଥା ପ୍ରଥମ ଓ ତୃତୀୟ ସ୍ଥାନ ହାସଲ କରି ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି। ସାଇ ଆଦର୍ଶ ମେସର ସମ୍ପାଦକ ମିହିର କୁମାର ବେହେରା ଏବଂ ଇ.ଡ କ୍ରସ୍ ର ଶିକ୍ଷକ ଓ ଶିକ୍ଷତ୍ରୀମାନେ ଜିଲ୍ଲା ସ୍ତରରେ ପିଲାମାନଙ୍କର ଏଭଳି ସଫଳତା ପାଇଁ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button