Wed. Nov 20th, 2019

ନାରୀମାନେ ମୁଣ୍ଡରେ ଓଢଣୀ ଦିଅନ୍ତି କଣ ପାଇଁ ?

ସମ୍ପ୍ରତି ଆଧୁନିକ ଯୁଗରେ ମହିଳାଙ୍କ ମୁଣ୍ଡରେ ଲୁଗା ଦେବା ଏକ ସ୍ୱପ୍ନ ହୋଇଗଲାଣି । କେଉଁଠି କେହି ମୁଣ୍ଡରେ ଲୁଗା ଦେଉଥିବା ଦେଖିଲେ ଆଧୁନିକା ନାରୀମାନେ ମରହଟ୍ଟା ଟିପ୍ପଣୀ ଦେବାକୁ ପଛାନ୍ତି ନାହିଁ । କିନ୍ତୁ ମୁଣ୍ଡରେ ଓଢଣୀ ଦେବା ଆମ ପରମ୍ପରା ସହ ଜଡିତ । କେବଳ ହିନ୍ଦୁ ଧର୍ମରେ ନୁହେଁ ମୁସଲମାନ ମାନେ ମଧ୍ୟ ନମାଜ ଅଦା କରିବା ସମୟରେ ମୁଣ୍ଡରେ ଓଢଣୀ ଗୁଡାଇଥାନ୍ତି ।
ହିନ୍ଦୁ ଧର୍ମ ଅନୁଯାୟୀ, ମୁଣ୍ଡରେ ଓଢଣୀ ଦେଇ ପୂଜା କରାଯାଏ । କୁହାଯାଏ, ଏହା ମାଧ୍ୟମରେ ଭଗବାନଙ୍କୁ ସମ୍ମାନ ଦିଆଯାଉଥିବା ବିଶ୍ୱାସ କରାଯାଏ । ଏହା ବ୍ୟତୀତ ମୁଣ୍ଡରେ ଓଢଣା ଦେବା ଦ୍ୱାରା ନକାରାତ୍ମକ ଶକ୍ତ ଶରୀର ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ଏଥିସହ ଆମେ ଭଗବାନଙ୍କ ନିକଟରେ ନିଜକୁ ଛୋଟ ମନେ କରି ତାଙ୍କୁ ଭକ୍ତି ଓ ସମ୍ମାନର ଅର୍ଘ୍ୟ ପ୍ରଦାନ କରିଥାଉ । ମନ ପବିତ୍ର ରହିଥାଏ । ପୂଜା ଫଳପ୍ରଦ ହେବା ସହ ସୁଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *