Wed. Nov 20th, 2019

ଧନ ପ୍ରାପ୍ତି ପାଇଁ ପର୍ସରେ ରଖନ୍ତୁ ଗୋମତୀ ଚକ୍ର

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ସରେ ନାହିଁ। ତେଣୁ ଏହି ଚକ୍ରର ଉପଯୋଗ କରିବାକୁ କୁହାଯାଇଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମା’ଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ। ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରିବା ପରେ ଏହି ପ୍ରସାଦ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅନ୍ନ ଭୋଗ ଲାଗିକରି ମା’ ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *