ମାହାଙ୍ଗା ଡବଲ ମର୍ଡର : ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରୁ ସମନ୍

କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ଅଦାଲତ ବିଧାୟକ ପ୍ରତାପ ଜେନାଙ୍କୁ ସମନ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିଥିଲେ। ଏଥିସହ ସ୍ଵତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ଆବଶ୍ୟକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ବରାଳଙ୍କ ତରଫରୁ ଅର୍ଥ ଜମା କରାଯିବା ସହ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର (ରିକ୍ୟୁଜାଇଟ୍ସ) ଦାଖଲ କରାଯାଇଥିଲା। ଏହାପରେ ଅଦାଲତ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ହାଜିରା ହେବାପାଇଁ ଅକ୍ଟୋବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button