ତେଲେଙ୍ଗାନା : ଦୁଇ ପୁରୁଖା ନେତା ବିଆରଏସ ଛାଡିଲେ

ନୂଆଦିଲ୍ଲୀ : ତେଲେଙ୍ଗାନାର ଭାରତୀୟ ରାଷ୍ଟ୍ରୀୟ ସମିତି ବା ଶାସକ ବିଆରଏସ ଛାଡିଲେ ଦୁଇ ବରିଷ୍ଠ ନେତା। ଏ ମଧ୍ୟରେ ଜଣେ ବିଧାନସଭା ସଦସ୍ୟ ହୋଇଥିବା ବେଳେ ଅନ୍ୟ ଜଣକ ବିଧାନ ପରିଷଦ ସଦସ୍ୟ।

ଖବର ଅନୁଯାୟୀ ଖାନପୁରର ବିଧାୟକ ଅଜମିରା ରେଖା ଓ ବିଧାନ ପରିଷଦ ସଦସ୍ୟ କାସିରେଡ୍ଡି ନାରାୟଣ ରେଡ୍ଡି ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ରେଖା କହିଛନ୍ତି ମୁଁ ଯାହା ସେବା କରିଛି ଲୋକଙ୍କୁ ଜଣାଇବା ସହିତ ମୋର ଶକ୍ତି ପ୍ରଦର୍ଶନ କରିବି। ଦଳ ପ୍ରତି ମୁଁ ବିଶ୍ୱାସଘାତକତା କରି ନାହିଁ। ଦଳ ମୋ ପ୍ରତି ବିଶ୍ୱାସଘାତକତା କରିଛି।

ସେହିପରି କାସିରେଡ୍ଡି ନାରାୟଣ ରେଡ୍ଡୀ ଦିଲ୍ଲୀରେ କଂଗ୍ରେସରେ ଯୋଗଦେବା ପରେ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସମର୍ଥକ ଓ ଅନୁଗାମୀମାନେ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ଯଦି କଂଗ୍ରେସ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦିଏ ତେବେ ସେ ନିର୍ବାଚନ ଲଢିବେ।

Leave a Reply

Your email address will not be published. Required fields are marked *

Back to top button