Wed. Nov 20th, 2019

ଓଡ଼ିଆ ସିନେମା ‘ଫ୍ରମ୍ ମି ଟୁ ୟୁ’ରେ ଅମ୍ଳାନ ଓ ଶ୍ରଦ୍ଧା

ଭୁବନେଶ୍ଵର : ଓଡ଼ିଆ ସିନେମା ସିନେମା ‘ଫ୍ରମ୍ ମି ଟୁ ୟୁ’ ନଭେମ୍ବର ପହିଲାରେ ରିଲିଜ୍ ହେବ। ଏହି ସିନେମାରେ ଅଭିନେତା ଅମ୍ଳାନ ଓ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ।

ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ. ମୁରଲୀଧରନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଅମ୍ଳାନ। ଅମ୍ଳାନଙ୍କ ବିପକ୍ଷରେ ନାୟିକା ଥିଲେ ବେଙ୍ଗଲି ବିଉଟି ଝିଲିକ୍‌। ନବାଗତା ଝିଲିକଙ୍କ ସହ ଅମ୍ଳାନଙ୍କ ଯୋଡ଼ି ବେଶ୍‌ ଜମିଥିଲା। ଏହି ସିନେମା ୨୦୧୩ରେ ରିଲିଜ୍‌ ହୋଇଥିଲା। ୨୦୧୭ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ବଜରଙ୍ଗୀ’। ଏହି ସିନେମାରେ ଅମ୍ଳାନଙ୍କୁ ଦର୍ଶକ ଶେଷ ଥରଲାଗି ଦେଖିବାକୁ ପାଇଥିଲେ।

ଏବେ ଆସୁଛି ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’। ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ହେମନ୍ତ ସାହୁ। ଏଥିରେ ଅମ୍ଳାନ ଯେଉଁ ନାୟିକାଙ୍କ ସହ ପରଦାକୁ ଆସୁଛନ୍ତି ତାଙ୍କର ନାଁ ଶ୍ରଦ୍ଧା। ଯିଏ କି ମିଠାମିଠା ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ‘ଫ୍ରମ୍ ମି ଟୁ ୟୁ’ ହେଉଛି ଶ୍ରଦ୍ଧାଙ୍କର ଦ୍ଵିତୀୟ ଓଡ଼ିଆ ସିନେମା। ପ୍ରଥମ ସିନେମା ପରେ ଶ୍ରଦ୍ଧା ଟେଲି ଦୁନିଆଁରେ ଅଧିକ ସକ୍ରିୟ ରହି ଫିଲ୍ମ ପାଇଁ ସମୟ ଦେଇପାରୁନଥିଲେ। ସିନେମା ‘ଫ୍ରମ୍ ମି ଟୁ ୟୁ’ରେ ଅମ୍ଳାନ-ଶ୍ରଦ୍ଧାଙ୍କ ବ୍ୟତୀତ ଓଲିଉଡର ଜଣାଶୁଣା ନାୟକ ଜ୍ୟୋତିଙ୍କୁ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *