ସାଇବର ଅପରାଧିଙ୍କ ଠକାମିର ଶିକାର ହେଲେ ଜୟପୁର ବିଧାୟକ

ଜୟପୁର : ସାଇବର ଅପରାଧିଙ୍କ ଠକାମିର ଶିକାର ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଢେଇ ଲକ୍ଷ ଟଙ୍କା ହରାଇଛନ୍ତି। ଲୋଭରେ ପଡ଼ି ଏହି ଦଶା ଭୋଗିଥିବା ଜଣାପଡିଛି।

ଖବର ଅନୁଯାୟୀ ତାରା କହିଛନ୍ତି କିଛିଦିନ ତଳେ ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ହିନ୍ଦୀରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ସିମେଣ୍ଟର ଡିଲରସିଫ୍ ନେବାକୁ କହିଥିଲେ। ଏକାସଙ୍ଗେ ୨ରୁ ୩ଟି ବ୍ରାଣ୍ଡର ସିମେଣ୍ଟ ଡିଲରସିଫ୍ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଡିଲରସିଫ ପାଇଁ ୮ରୁ ୯ଲକ୍ଷ ଟଙ୍କା ଜମା ନିଆଯାଉଥିବା ବେଳେ ୪ଲକ୍ଷ ଜମା କରିବାକୁ ସେ କହିଥିଲେ। ତେଣୁ ସାନ ଭାଇ ଟୁନା ବାହିନୀପତିଙ୍କ ନାଁରେ ଏହି ଡିଲରସିଫ ଦେବା ପାଇଁ କଥାବାର୍ତ୍ତା କରିବାରୁ ବ୍ୟକ୍ତି ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ଟଙ୍କା ଜମା କରିବାକୁ କହିଥିଲେ। ପରେ ଓଟିପିର ନମ୍ବର ପଚାରି ବ୍ୟକ୍ତି ଜଣକ ତାରାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ବ୍ୟାଙ୍କ ଖାତା ଅଫଟୁଡେଟ୍ କରିବା ସମୟରେ ୪ଲକ୍ଷ ଟଙ୍କା ଗାୟବ ହୋଇଥିବା ବିଧାୟକ ଜାଣି ପାରିଥିଲେ। ଭାଇ ଓ ପୁଅକୁ କହିବା ପରେ କିଛିଦିନ ଲୋକଲଜ୍ଜାକୁ ଭୟକରି ଚୁପ ରହିଥିଲେ। କିନ୍ତୁ ପୁଅ କହିବା ପରେ କୋରାପୁଟ ଏସପିଙ୍କ ସହ ଆଲୋଚନା କରିଥିଲେ।

ସାଇବର ଥାନା‌ରେ ଏ ନେଇ ଏତଲା ଦେବାରୁ ପୋଲିସର ଗୋଟିଏ ଟିମ୍ ବିଶାଖାପାଟଣାରେ ଚଢ଼ଉ କରି ଘଟଣାର ମୂଳସ୍ଥାନ ବିହାରରେ ବୋଲି ଜାଣିପାରିଥିଲେ। ପରେ ପୋଲିସ ବିହାର ଯାଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କା ମିଳିଥିବା ବେଳେ ଅଢେଇ ଲକ୍ଷ ଟଙ୍କା ଆଉ ମିଳିନଥିଲା।

Leave a Reply

Your email address will not be published. Required fields are marked *

Back to top button