ବିହାରକୁ ବିଭାଜନ କରିବାରେ ଲାଗିପଡିଛନ୍ତି ନୀତୀଶ : ଆରସିପି ସିଂହ

ପାଟନା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଆରସିପି ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଜାତି ଗଣନା ରିପୋର୍ଟ ଠିକ ନୁହେଁ। ନୀତୀଶ ବିହାରକୁ ବିଭାଜନ କରିବା ଭଳି କାମ କରିଛନ୍ତି।

ଆରସିପି ସିଂ କହିଛନ୍ତି ୨୦୦୫ରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବା ସମୟରେ ବିହାର ଦିବସ ପାଳନ କରାଯାଇଥିଲା। ଏହାଦ୍ୱାରା ବିହାରର ଲୋକମାନେ ସେମାନଙ୍କର ବିହାରୀ ଆତ୍ମାକୁ ଜାଗ୍ରତ କରିବା ସହିତ ରାଜ୍ୟ ବିଷୟରେ ଚିନ୍ତା କରିଥାନ୍ତେ। କିନ୍ତୁ ନୀତୀଶ କୁମାର ସେମାନଙ୍କୁ ନିଜକୁ ଦେଖିବା ପାଇଁ ବାଧ୍ୟ କରିଛନ୍ତି। ନିଜ ଜାତିର କେତେ ଲୋକ ଅଛନ୍ତି ବୋଲି ଉସୁକାଇଛନ୍ତି। ସେ କହିଛନ୍ତି ବିହାରରେ ୧୯୦ରୁ ଅଧିକ ଜାତି ଅଛନ୍ତି ଯେଉଁମାନଙ୍କ ଜନସଂଖ୍ୟା ଏକ ଲକ୍ଷରୁ କମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶପ୍ରେମ ବିଷୟରେ କହିଛନ୍ତି। ଯେତେବେଳେ ଆମର ବୈଜ୍ଞାନିକ ଚନ୍ଦ୍ର ଗବେଷଣା କରନ୍ତି କିଏ ପଚାରେ ସେ କେଉଁ ଜାତିର ? କିନ୍ତୁ ନୀତୀଶ କୁମାର ଜାତି ଗଣନା କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button