ବ୍ୟାଙ୍କମିତ୍ର ଭାବେ ପୁଣି କାର୍ଯ୍ୟ କରିବେ ଭାରତୀ ସିଂହ

ବାରିପଦା : ମୟୂରଭଂଜର ଆଦିବାସୀ ମହିଳା ତଥା ବ୍ୟାଙ୍କମିତ୍ର ଭାରତୀ ସିଂହ ଚାକିରି ଫେରିପାଇଲେ। ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା। ସେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକରେ କାମ କରୁଥିଲେ। ଏବେ ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଏଲଏଫ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଭାରତୀ ସିଂହ ଚାକିରି ହରାଇବା ପରେ କୋର୍ଟକୁ ଯିବେ ବୋଲି ଧମକ ଦେଇଥିଲେ। ଚାକିରିରେ ଯୋଗ ଦେବାକୁ ଚିଠି ଆସିବା ପରେ ସେ ଖୁସି ବ୍ୟକ୍ତ କରିବା ସହିତ ସରକାର ତାଙ୍କ ଦାବି ଶୁଣିଥିବା କହିଛନ୍ତି। ସୂଚନାଯୋଗ୍ୟ ଭାରତୀ ସିଂହ ଗଣମାଧ୍ୟମକୁ କହିଥିଲେ ୫ଟି ସଚିବ ସବୁସ୍ଥାନ ବୁଲି ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ସେହି ଅର୍ଥ ଯଦି ଗରିବ କଲ୍ୟାଣ ନିମନ୍ତେ ଲଗାନ୍ତେ ତେବେ ପ୍ରକୃତରେ ସମସ୍ତେ ଉପକୃତ ହୁଅନ୍ତେ। ଏ ଯୋଜନା ସେ ଯୋଜନା କହି ଲୋକଙ୍କୁ ନ ଭଣ୍ଡାଇ ସତରେ କିଛି କରିବାର ଅଛି ତେବେ କରିକି ଦେଖନ୍ତୁ।

Leave a Reply

Your email address will not be published. Required fields are marked *

Back to top button