Thu. May 23rd, 2019
136 views

ଯୁବପିଢୀଙ୍କ ପାଇଁ ଖୁସି ଖବର : ଟିକ୍‌-ଟକ୍‌ ଉପରୁ ହଟିଲା ପ୍ରତିବନ୍ଧକ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଟିକ୍‌-ଟକ୍‌ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଆଜି ମାଡ୍ରାସ୍‌ ହାଇକୋର୍ଟ ହଟାଇ କହିଛନ୍ତି ଯେ ପୁଣି ଥରେ ଲୋକମାନେ ଏହାର ବ୍ୟବହାର କରି ପାରିବେ । ସୂଚନା ମୁତାବକ, ଟିକ୍‌-ଟକ୍‌ ଆପ୍‌ରେ ବିଭିନ୍ନ ରାଜନେତା ଏବଂ ପୁଲିସ କର୍ମୀମାନଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ଦେଖାଯିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ଆରମ୍ଭ ହୋଇଥିଲା । କିଛି ଯୁବକ ଲୋକପ୍ରିୟତା ପାଇଁ ପର୍ଣ୍ଣ ଭିଡିଓ ସହ ଅସହଜ ମନେ ହେଉଥିବା ଭିଡିଓ ପୋଷ୍ଟ କରିବା ପରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲା ।

ଏଭଳି ଆଦେଶ ଆସିବା ପରେ ଟିକ୍‌-ଟକ୍‌ର ମାଲିକ ବାଇଟେଡାନ୍ସ ଆପ୍‌ରୁ ୬ଲକ୍ଷ ଆପତ୍ତିଜନକ ଭିଡିଓ ହଟାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ବିରୋଧ କରିଥିଲେ । ଏହା ସହ ସର୍ବୋଚ୍ଚ ନ୍ୟାୟଳୟରେ ଏ ନେଇ ନ୍ୟାୟ ଭିକ୍ଷା କରିଥିଲେ । ପ୍ରଥମେ ସର୍ବୋଚ୍ଚ ନ୍ୟାୟଳୟ ଏ ନେଇ ହସ୍ତକ୍ଷେପ କରିବାକୁ ଚାହୁଁ ନଥିବା ବେଳେ ପରେ ଏପ୍ରିଲ ୨୨ରେ ମାଡ୍ରାସ ହାଇକୋର୍ଟକୁ ଏହି ମାମଲାକୁ ନେଇ ଏପ୍ରିଲ ୨୪ ସୁଦ୍ଧା ଶୁଣାଣି କରିବାକୁ ଆଦେଶ ଦେଇଥିଲେ । ଯାହା ପରେ ଆଜି ମାଡ୍ରାସ ହାଇକୋର୍ଟ ଶୁଣାଣି କରି ଟିକ୍‌-ଟକ୍‌ ଉପରୁ ପ୍ରତିବନ୍ଧକ ହଟାଇଥିବା ଜଣା ପଡ଼ିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *