ବିହାରରେ ଟ୍ରେନ୍ ଦୁର୍ଘଟଣାରେ ୨୧ ବଗି ଲାଇନଚ୍ୟୁତ, ୪ ମୃତ

ପାଟନା : ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତିରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ, ଆସାମରୁ ଦିଲ୍ଲୀ ଯାଉଥିବା ଟ୍ରେନ୍‌ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସେହି ରୁଟରେ ପାଇଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। କେତେକ ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ବେଳେ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି।

ଖବର ଅନୁଯାୟୀ ବକ୍ସରର ରଘୁନାଥପୁର ଷ୍ଟେସନରେ ଗତ ରାତିରେ ଘଟିଛି ଦୁର୍ଘଟଣା। ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ୍‌ ଇଷ୍ଟ ଏକ୍ସପ୍ରେସ୍‌ର ପ୍ରାୟ ୨୧ ବଗି ଲାଇନ୍‌ଚ୍ୟୁତ୍ ହୋଇଛି। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button