ଛାଡପତ୍ର ପାଇ ମୁଁ ମରିବାକୁ ଚାହୁଁନାହିଁ କହିବାରୁ ସ୍ୱାମୀଙ୍କ ଛାଡପତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ : ଛାଡପତ୍ର ପାଇ ମୁଁ ମରିବାକୁ ଚାହୁଁନାହିଁ। ଜଣେ ୮୨ ବର୍ଷ ବୟସ୍କା ମହିଳା ଏପରି କହିବା ପରେ ସୁପ୍ରିମକୋର୍ଟ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।

ଖବର ଅନୁଯାୟୀ ମହିଳା ଜଣଙ୍କ ଶିକ୍ଷୟତ୍ରୀ। ସ୍ୱାମୀ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ। ୬୦ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ୧୯୮୪ ମସିହାରେ ତାଙ୍କ ସ୍ୱାମୀ ମାଡ୍ରାସକୁ ସ୍ଥାନାନ୍ତରିତ ହେବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡିଥିଲା। ଦୁହେଁ ଅଲଗା ରହିଲେ। ମହିଳା ତାଙ୍କ ପୁଅ ସହିତ ବାପଘରେ ରହିଥିଲେ। ୧୯୯୬ ମସିହାରେ ମହିଳାଙ୍କ ସ୍ୱାମୀ ପତ୍ନୀ ନିର୍ଯାତନା ଦେଇଥିବା ଅଭିଯୋଗ କରି ତାଙ୍କୁ ଛାଡପତ୍ର ଦେବାକୁ ନିମ୍ନ ଅଦାଲତରେ ଆବେଦନ କରିଥିଲେ। କିନ୍ତୁ ପତ୍ନୀ ତାଙ୍କୁ ହଇରାଣ କରୁଥିବା ସେ କୋର୍ଟରେ ପ୍ରମାଣ ଦେଇନପାରିବାରୁ ଅଦାଲତ ମାମଲାକୁ ଖାରଜ କରିଦେଇଥିଲେ।

ମହିଳାଙ୍କ ପରେ ସ୍ୱାମୀ ହାଇକୋର୍ଟ ଓ ସେଠାରୁ ସୁପ୍ରିମକୋର୍ଟ ଯାଇଥିଲେ। ମହିଳାଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟରେ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚରେ ଏହି ମାମଲାର ଶୁଣାଣି କରିଥିଲେ। ଆଉ ରାୟ ଦେଇଥିଲେ ସମ୍ବିଧାନର ଧାରା ୧୪୨ ଓ ହିନ୍ଦୁ ବିବାହ ଆଇନ ୧୯୫୫କୁ ବିଚାର କଲେ ଛାଡପତ୍ରକୁ ଅନୁମତି ଦିଆଯାଇପାରିବ ନାହିଁ। ଏଥିସହ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button