ଭିଡିଓ ଭାଇରାଲ ପରେ ମଦ୍ୟପ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼ : ମଦ୍ୟପ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି।

ଖବର ଅନୁଯାୟୀ ବଡ଼ଗାଁ ବ୍ଲକ୍ ପାମରା ଜୁନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଠାକୁର। ବୁଧବାର ମଦ ପିଇ ରୋଷେଇ ଘରେ ପଡ଼ିଥିଲେ। ଖବର ପାଇ ଗାଁ ସ୍କୁଲ କମିଟି ଅଧ୍ୟକ୍ଷା ଗୀତାଞ୍ଜଳି କିସାନ, ରମେଶଚନ୍ଦ୍ର ବାରିକ, ଅଜୟ କିସାନ, ଡୁଲେଶ୍ଵର ବାରିକଙ୍କ ସମେତ କିଛି ଅଭିଭାବକ ସ୍କୁଲକୁ ଯାଇ ତାଙ୍କୁ ଉଠାଇ ବାହାରକୁ ଆଣି ତାଗିଦ୍ କରିବା ସହ ଶ୍ରେଣୀକକ୍ଷରେ ବସାଇଥିଲେ। ଶିକ୍ଷକ ଜଣକ ନିୟମିତ ମଦପିଇ ସ୍କୁଲ ଆସୁଥିବା ଓ ଏପରି ଶୋଇ ରହୁଥିବା ଅଭିଭାବକମାନେ ଅଭିଯୋଗ କରୁଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବାରୁ ମଦ୍ୟପ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button