ପାରାଦୀପ : ସିବିଆଇ ହାତରେ ଧରାପଡ଼ିଲେ ପବ୍ଲିକ ହେଲ୍‌ଥ ଅଫିସର

ପାରାଦୀପ : ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ପବ୍ଲିକ୍ ହେଲ୍‌ଥ ଅଫିସର ଡକ୍ଟର ଆର୍‌ ଏନ୍ ପାଣିଗ୍ରାହୀ। ସେ ଜଣେ ସିପିଂ ଏଜେଣ୍ଟଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରୁଥିଲେ।

ଖବର ଅନୁଯାୟୀ ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍‌.ଏନ୍ ପାଣିଗ୍ରାହୀ ସିପିଂ ଏଜେଣ୍ଟଙ୍କୁ ଟଙ୍କା ମାଗିଥିଲେ। ୭୦ ଜଣ କ୍ରିଉ ମେମ୍ବରଙ୍କୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ତାଙ୍କୁ ୧୦ ଜଣିଆ ସିବିଆଇ ଟିମ୍‌ ଧରିବା ପରେ ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button