ଗଙ୍ଗାଜଳରେ ୧୮ ପ୍ରତିଶତ ଜିଏସଟି : କଂଗ୍ରେସର ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ଆପତ୍ତି ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ। ସେ କହିଛନ୍ତି ଶ୍ରଦ୍ଧାଳୁଙ୍କ ଉପରେ ବୋଝ ପଡିବ।

ଖବର ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡଗେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ଆମ ଭାରତୀୟଙ୍କ ଜୀବନରେ ଜନ୍ମଠୁ ମୃତ୍ୟୁ ଯାଏଁ ମୋକ୍ଷଦାୟିନୀ ମା’ ଗଙ୍ଗାଙ୍କ ଅନେକ ମହତ୍ୱ ରହିଛି। ହେଲେ ଆପଣଙ୍କ ସରକାର ଏଥିରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି। ମାତ୍ର ଥରେ ଭାବିଲେନି ଯେଉଁ ଲୋକ ନିଜ ଘର ପାଇଁ ଗଙ୍ଗା ଜଳ ମଗାନ୍ତି ଏବେ ସେମାନଙ୍କ ଉପରେ କ’ଣ ବୋଝ ପଡିବ। ଏହା କେବଳ ଲୁଟର ପରିଚୟ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ୨୦୧୬ରେ ଗଂଗାଜଳ ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଖାଂଟି ଗଙ୍ଗା ଜଳକୁ ସହଜରେ ଲୋକଙ୍କ ନିକଟରେ ଉପଲବ୍ଧ କରାଇ ଡାକଘରର ଆୟ ବୃଦ୍ଧି କରିବା। ଆରମ୍ଭରେ ଋଷିକେଶ ଓ ଗଙ୍ଗୋତ୍ରିରୁ ଆସୁଥିବା ୨୦୦ ଓ ୫୦୦ ମିଲିମିଟିର ଗଙ୍ଗା ଜଳର ମୂଲ୍ୟ ଯଥାକ୍ରମେ ୨୮ ଏବଂ ୩୮ ଟଙ୍କା ଥିଲା। ଏବେ ଡାକ ବିଭାଗ ପକ୍ଷରୁ ଗଙ୍ଗୋତ୍ରିର ୨୫୦ ମିଲିମିଟର ବୋତଲ ଗଙ୍ଗା ପାଣି ୩୦ ଟଙ୍କା ହୋଇଛି। ସରକାର ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଥିବାରୁ ଏହାର ମୂଲ୍ୟ ୩୫ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *

Back to top button