ଶ୍ରୀମନ୍ଦିର ପ୍ରବେଶ ପାଇଁ ଜାରି ହେଲା ଗାଇଡ଼ଲାଇନ୍‌

ପୁରୀ : ଶ୍ରୀମନ୍ଦିର ପ୍ରବେଶ ପାଇଁ କେଉଁ ପୋଷାକ ପିନ୍ଧିବେ ଏହାର ଗାଇଡ଼ଲାଇନ୍‌ ଜାରି ହୋଇଛି। ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଏ ସମ୍ପର୍କରେ କରାଯାଇଛି ଅବଗତ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି ମନ୍ଦିରକୁ ପ୍ରବେଶ ବେଳେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ ଓ ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢ଼ୀ, ଶାଲୱାର ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ। ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସକୁ ବାରଣ ଆରାଯାଇଥିବା ବେଳେ ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ଗାଇଡ଼ଲାଇନ୍‌ରେ ଦର୍ଶାଯାଇଛି।

ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ। ଆସନ୍ତା ନୂଆବର୍ଷଠାରୁ କଡ଼ାକଡ଼ି ଭାବେ ନିୟମ ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଓ ହୋଟେଲ ମାଲିକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି କରିଛନ୍ତି। ନିୟମ ଲାଗୁ ହୋଇନି। ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *

Back to top button