ସେକ୍ସ ରାକେଟ ଠାବ, ୨ ଗିରଫ

ବଲାଙ୍ଗିର : ପାଟଣାଗଡ଼ ସହରର କାଦୋପଡ଼ାରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏହି ଘଟଣାରେ ଦୁଇ ଜଣ ଯୁବକ ଗିରଫ ହୋଇଥିବା ବେଳେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଗିରଫ ଯୁବକ ହେଲେ ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର ଓ ପଢ଼େଲ ଗାଁର ସମ୍ପଦ ପୋଢ଼। ଏ ଦୁଇଜଣ ବଙ୍ଗୀୟ ଯୁବତୀଙ୍କୁ ବଲାଙ୍ଗୀର ଷ୍ଟେସନରୁ ଆଣି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ। କୁହାଯାଉଛି ଦୀର୍ଘଦିନ ହେଲା ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା।

Leave a Reply

Your email address will not be published. Required fields are marked *

Back to top button