ନଳପଙ୍ଗା ଗୁଜାପଥର ସାହିବାସୀ ମରାମତି କଲେ ଗାଁ ରାସ୍ତା

ଘଷିପୁରା ; ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତ ଅନ୍ତର୍ଗତ ନଳପଙ୍ଗା ଗ୍ରାମର ଗୁଜାପଥର ସାହିର ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁ ରାସ୍ତା ମରାମତି ହୋଇଛି।

ଖବର ଅନୁଯାୟୀ ଗୁଜାପଥର ସାହିକୁ ଯାଇଥିବା ରାସ୍ତାଟି ବହୁ ସ୍ଥାନରେ ଖାଲ ଖମା ରହିଥିଲା। ବର୍ଷା ସମୟରେ ଖାଲ ଗୁଡିକରେ ପାଣି ଜମିବାରୁ ଯିବା ଆସିବାରେ ସମସ୍ୟା ଉପୁଜି ଥିଲା। କେବଳ ସେତିକି ନୁହେଁ ସାହିରୁ ଯିବାକୁ ହେଲେ ଏକ ନାଳ ପାର ହେବାକୁ ପଡେ। ସ୍ଥାୟୀ ପୋଲ ଓ ରାସ୍ତା ମରାମତି ପାଇଁ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରି ନିରାଶ ହୋଇଥିଲେ। ଶେଷରେ ଗୁଜାପଥର ସ୍ଵୟଂ ସହାୟିକା ଗୋଷ୍ଠୀର ଉଦ୍ୟମରେ ରାସ୍ତାର ଖାଲ ସ୍ଥାନରେ ପଥର ଓ ମୋରମ ବିଛା ଯାଇଛି। ସାହିର ହରିହର ମୁଣ୍ଡା, ମଙ୍ଗୁଳୁ ମୁଣ୍ଡା, ରମେଶ ମୁଣ୍ଡା, ପାନ ମୁଣ୍ଡା, ଦଶରା ମୁଣ୍ଡା, ମିଥିଲି ମୁଣ୍ଡା, ମିନ ମୁଣ୍ଡା, ବିଜୁ ମୁଣ୍ଡା, ରିନା ମୁଣ୍ଡା , ସୁକୁମାରୀ ମୁଣ୍ଡା , ସୁନିତା ମୁଣ୍ଡା , ରାଇମନି ମୁଣ୍ଡା , ସିଧୁ ମୁଣ୍ଡା , ସମ୍ବାରି ମୁଣ୍ଡା , ଟୁନି ମୁଣ୍ଡା, ସେବତୀ ମୁଣ୍ଡା, ରବିନ୍ଦ୍ର ମୁଣ୍ଡା, ଗଣେଶ୍ଵର ମୁଣ୍ଡା, ଜଗଦିଶ ମୁଣ୍ଡା, ମାଳତୀ ମୁଣ୍ଡା ( ଏ ), ସନାତନ ମୁଣ୍ଡା, ଚୈତନ୍ୟ ମୁଣ୍ଡା ଓ ମାଳତୀ ମୁଣ୍ଡା (ବି ) ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button