ଆଫଗାନିସ୍ତାନ ମସଜିଦରେ ବିସ୍ଫୋରଣ, ୧୭ ମୃତ

କାବୁଲ : ଆଫଗାନିସ୍ତାନର ପୋଲ-ଇ-କୋମରିର ଇମାନ ଜମାନ ମସଜିଦରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି।

ଖବର ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପ୍ରଶାସନ ପକ୍ଷରୁ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଉଛି। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଏହା ପଛରେ ଆଇଏସ ଆତଙ୍କବାଦୀଙ୍କ ହାତ ଥିବା ସଂଦେହ କରାଯାଉଛି। ତାଲିବାନ ସରକାରର ଉପ-ମୁଖପାତ୍ର ବିଲାଲ କରିମି ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି।

ଗଣମାଧ୍ୟମର ସୂଚନା ହେଲା ସିହା ସମ୍ପ୍ରଦାୟ ଅଧ୍ୟୁଷିତ ଅଞ୍ଚଳରେ ବୋମା ବିସ୍ଫୋରଣ ଘଟିଛି। ତେଣୁ ସିହା ସଂପ୍ରଦାୟକୁ ବିସ୍ଫୋରଣ ପାଇଁ ସଂଦେହ କରାଯାଉଛି। କାରଣ ଗତ କିଛିବର୍ଷ ମଧ୍ୟରେ ଆଫଗାନିସ୍ତାନରେ ସିହା ସଂପ୍ରଦାୟ ଉପରେ ଆକ୍ରମଣ ବଢିଚାଲିଛି।

Leave a Reply

Your email address will not be published. Required fields are marked *

Back to top button