ହମାସ୍‌ର ମୂଳପୋଛ ପାଇଁ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଆଜିକୁ ୮ଦିନ ହେଲା ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଛି ଯୁଦ୍ଧ। ହମାସ ପ୍ରଥମେ ଆକ୍ରମଣ କରିଥିଲା। ଇସ୍ରାଏଲ୍ ଏବେ ପ୍ରତିଶୋଧ ନେଉଛି। ଗାଜାକୁ ଚାରିପଟୁ ଘେରିଛି ଇସ୍ରାଏଲ୍ ସେନାବାହିନୀ। ଏୟାର ଷ୍ଟ୍ରାଇକ୍ ସହିତ ସ୍ଥଳ ଆକ୍ରମଣକୁ ଆହୁରି ତୀବ୍ର କରିଛି।

ଖବର ଅନୁଯାୟୀ ହମାସ ଆତଙ୍କବାଦୀମାନଙ୍କୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ପଦକ୍ଷେପ ନେଇଛି। ଗାଜାରେ ବିଦ୍ୟୁତ୍ ଓ ଜଳ ଯୋଗାଣ ବନ୍ଦ କରାଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ଖାଦ୍ୟ ସାମଗ୍ରୀ ଓ ଜୀବନରକ୍ଷାକାରୀ ଔଷଧ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭଳି ସ୍ଥିତିରେ ଆକ୍ରମଣ ଚାଲିଥିବାରୁ ଗାଜାରୁ ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ପଳାୟନ କରିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଗାଜାର ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ବୋଲି ମିଳିତ ଜାତିସଂଘ କହିଛି। ବିଦ୍ୟୁତ୍ ଓ ଜଳ ଯୋଗାଣ ବନ୍ଦ ପରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳାଙ୍କ ଉପରେ ଏହାର ପ୍ରଭାବ ପଡିଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଆମକୁ ଗାଜାବାସୀଙ୍କୁ ସାହାଯ୍ୟ କରିବା ଜରୁରୀ। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଇନ୍ଧନର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

Back to top button