ଭଉଣୀର ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଦେଲା ଭାଇ

ପାଟନା : ବିହାରର ମୁଜଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀର ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଭାଇ କାଟି ଦେଇଥିବା ପୀଡିତଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ପୀଡ଼ିତଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି ମୋ ପୁଅ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଯୁବତୀଙ୍କ ପରିବାରଲୋକ ଏହାକୁ ଗ୍ରହଣ କରୁନଥିଲେ। କିଛିଦିନ ତଳେ ଯୁବତୀ ମୋ ପୁଅକୁ ଫୋନକରି କହିଥିଲା ବାପାଙ୍କର ହୃତଘାତ ହୋଇଛି ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିବ। ତାଙ୍କ ଘରେ ପହଞ୍ଚିବା ପରେ ଯୁବତୀର ଭାଇ ଏକ ଧାରୁଆ ଅସ୍ତ୍ରରେ ମୋ ପୁଅର ଗୁପ୍ତାଙ୍ଗ କାଟି ଦେଇଥିଲା। ଏହି ସମୟରେ ଯୁବତୀଙ୍କ ମା’ ଓ ବାପା ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସେହିପରି ସମ୍ପୃକ୍ତ ଯୁବତୀ କହିଛନ୍ତି ଘରଲୋକେ ମୋତେ ଧମକ ଦେଇ ଅର୍ଜୁନ କୁମାର (ପ୍ରେମିକ)ଙ୍କୁ ଡାକିବାକୁ କହିଥିଲେ। ମୁଁ ମିଛ କହି ଘରକୁ ଡାକିଥିଲି। ହେଲେ ଅର୍ଜୁନ ପହଞ୍ଚିବା ପରେ ଭାଇ ତାଙ୍କର ଏଭଳି ଅବସ୍ଥା କରିବ ବୋଲି ମୁଁ ଜାଣି ନଥିଲି।’ଏହି ଘଟଣାରେ ପୋଲିସ ଯୁବତୀଙ୍କ ଭାଇ, ମା’ ଓ ବାପାଙ୍କ ନାମରେ ମାମଲା ରୁଜୁକରି ଅଟକ ରଖିଛି।

Leave a Reply

Your email address will not be published. Required fields are marked *

Back to top button