Thu. May 23rd, 2019
153 views

ଅସଦାଚରଣ କରିବାରୁ ସଲମାନ ଖାନ୍‌ଙ୍କ ବିରୋଧରେ ରୁଜୁ ହେଲା ମାମଲା

ସେୟାର କରନ୍ତୁ:-

ମୁମ୍ବାଇ : ପୁଣି ଥରେ ବିବାଦରେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ମୁମ୍ବାଇର ଲିଙ୍କ ରୋଡ୍‌ରେ ଜଣେ ଯୁବକଙ୍କୁ ଗାଳି କରିବା ସହ ତାଙ୍କ ଫୋନ ଛଡ଼ାଇ ନେଇଥିବାରୁ ପୀଡ଼ିତ ସଲମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଡିଏନ୍‌ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ସଲମାନଙ୍କ ସୁରକ୍ଷାକର୍ମୀ ମଧ୍ୟ ଯୁବକଙ୍କ ବିରୋଧରେ ଏତଲା ଦେଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ ସଲମାନଙ୍କ ପିଛା କରିବା ସହ ତାଙ୍କ ବିନା ଅନୁମତିରେ ତାଙ୍କର ଭିଡିଓ ନେଉଥିବାର ଅଭିଯୋଗ କରିଛନ୍ତି ସୁରକ୍ଷାକର୍ମୀ । ଅନ୍ୟ ପକ୍ଷରେ, ସୁରକ୍ଷାକର୍ମୀଙ୍କ ଅଭିଯୋଗକୁ ମିଛ ବୋଲି କହି, ମୁଁ ସଲମାନଙ୍କ ସୁରକ୍ଷାକର୍ମୀଙ୍କୁ ପଚାରିବା ପରେ ହିଁ ସଲମାନଙ୍କ ଭିଡିଓ ଉତ୍ତୋଳନ କରିଥିଲି । କିନ୍ତୁ ସଲମାନ କିଛି ନ ବୁଝି ଆସି ମୋ ହାତରୁ ଫୋନ ଛଡ଼ାଇ ନେଇଥିଲେ ଏବଂ ମୋତେ ଗାଳି ଦେଇଥିଲେ ବୋଲି କହିଛନ୍ତି ଯୁବକ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *