ଥାନାରୁ ଜବତ ବାଣ ଓ ମଦ ଚାଲାଣ ବେଳେ ହୋମଗାର୍ଡ ଓ କାର୍ ଡ୍ରାଇଭର୍ ଧରାପଡିଲେ

ଭୁବନେଶ୍ଵର : ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲି ଓ କାର୍ ଡ୍ରାଇଭର୍ ଏପରି କରି ଧରାପଡ଼ିଛନ୍ତି। ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ବେଗୁନିଆ ପୋଲିସ ବାଣ ଗୋଦାମରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଓ ବେଆଇନ୍ ମଦ ଜବତ କରିଥିଲା। ଏସବୁକୁ ରାତିରେ ଥାନା ପଛପଟ ଗେଟ୍ ଦେଇ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ପ୍ରକାଶ ମୁଦୁଲି ଓ କାର୍ ଡ୍ରାଇଭରଙ୍କୁ ଧରି ଏସଡିପିଓଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button