ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଡେରାସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଶାଳ ଜନ ଆନ୍ଦୋଳନ। ଚାଷୀଙ୍କ ଜମି ଦୁର୍ନୀତି ବିରୋଧରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା।

ଖବର ଅନୁଯାୟୀ ଚାଷ ଜମିକୁ ଅବରୋଧ ମୁକ୍ତ କରିବାକୁ ଅପରାଜିତା କୋଦାଳ ଧରିଥିଲେ। ଏହି ଅଭିଯାନରେ ସାମିଲ ହୋଇଥିଲେ କ୍ଷତିଗ୍ରସ୍ତ ଚାଷୀ। ଶେଷରେ ଅବରୋଧ ହଟିଲା। ଜମିକୁ ମାଡିଲା ପାଣି। ସୂଚନାଯୋଗ୍ୟ ଏହି ଅଞ୍ଚଳରେ ୧୫୦ ଏକର ଚାଷଜମିକୁ କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଥିବା ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ। ଏହି ଜମି ଭିତରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳସେଚନ ପାଇଁ ଆସିଥିବା କେନାଲ୍‌ ରହିଛି। ଦୁଇବର୍ଷ ହେଲା ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମର ୩୦୦ ଏକର ଚାଷ ଜମି ଜଳସେଚିତ ହୋଇ ପାରୁନଥିଲା। ଅଭିଯୋଗ ପରେ ସରକାରୀ ତତ୍ପରତା ପ୍ରକାଶ ନପାଇବାରୁ ଗତ ୯ତାରିଖରେ ସାଂସଦ ନିଜେ କେନାଲ୍‌ ଖୋଳିଥିଲେ।

Leave a Reply

Your email address will not be published. Required fields are marked *

Back to top button