ନାଁ ବଦଳିଲା : ମହିଳାଙ୍କ ପାଇଁ ହେଲା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରାଳୟ

ଆଫଗାନିସ୍ତାନ : ଆଫଗାନିସ୍ତାନର ତାଲିବାନ ଶାସକ ମହିଳା ମନ୍ତ୍ରଣାଳୟର ନାମ ବଦଳାଇ ଦେଇଛି। ଇସଲାମ ଧର୍ମର କଠୋର ବ୍ୟାଖ୍ୟାକୁ କାର୍ଯ୍ୟକାରୀ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏବେ ଏହି ମନ୍ତ୍ରାଳୟ କେବଳ ମହିଳାଙ୍କ ଉପରେ ନଜର ରଖିବ ବୋଲି ଜଣାପଡ଼ିଛି।

ତାଲିବାନ ୧୯୯୦ ଦଶକର ସମୟକୁ ଦେଶକୁ ଫେରାଇ ଆଣିଛି। ଯେଉଁ ସମୟରେ ମହିଳାଙ୍କ ଉପରେ ବର୍ବର ପ୍ରତିବନ୍ଧକ ଲଗାଯାଉଥିଲା। ତାଲବାନ ମହିଳା ମନ୍ତ୍ରଣାଳୟକୁ ଏବେ ‘ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରାଳୟ’ ଭାବେ ନାମକରଣ କରିଛି। ଯାହାକୁ ସଂକ୍ଷେପରେ କୁହାଯାଉଛି ପାପ-ପୁଣ୍ୟ ମନ୍ତ୍ରାଳୟ। ଏହି ମନ୍ତ୍ରଣାଳୟ ମହିଳାଙ୍କ ଗତିବିଧି ଉପରେ ନଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସାରିଆ ଆଇନ ଅଧୀନରେ ମହିଳାଙ୍କ ସ୍ୱାଧୀନତା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରାଳୟ ପାଇଁ ଗଠିତ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button