Wed. Nov 20th, 2019

ବିଏସଏନଏଲର ନୂଆ ପ୍ଲାନ୍: ଅନ୍ୟ ନେଟୱାର୍କକୁ କଥା ହେଲେ ମିଳିବ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ। ହି ସମୟରେ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ବିଏସଏନଏଲ ଘୋଷଣା କରିଛି ନୂଆ ପ୍ଲାନ୍। ବିଏସଏନଏଲ ଗ୍ରାହକ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ମିଳିବ ୬ ପଇସା କ୍ୟାସବ୍ୟାକ୍। ଏହି ନିୟମ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଲାଗୁ ହେବ। ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି।

ଗତମାସରେ କମ୍ପାନୀ ଘୋଷଣା କରିଥିଲା ଜିଓ ଉପଭୋକ୍ତା ଅନ୍ୟ ନେଟଓ୍ୱର୍କର ମୋବାଇଲକୁ କଥାହେଲେ ମିନିଟ୍ ପିଛା ୬ ପଇସା ଦେବାକୁ ପଡିବ। ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ଜିଓ ନୂଆ ରିଚାର୍ଜ ପ୍ଲାନ୍ ବାହାର କରି ଗ୍ରାହକଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କରୁଛି। ଜିଓର ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ କିନ୍ତୁ ଆୟୁସି ନେବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

Leave a Reply

Your email address will not be published. Required fields are marked *