ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଆନ୍ଦୋଳନ

ରାଉରକେଲା : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ପ୍ରୟାସ ହେଉଛି। ଏହାର ସିବିଆଇ ତଦନ୍ତ କରାଯାଉ। ଏହି ଦାବିରେ ଆଜି ରାଉରକେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଧାରଣା ଦେଇଛି।

ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରଶ୍ନ କରିଛି ଏସୁସ୍ମିତାଙ୍କ ପରିବାର ଲୋକେ ଯେଉଁ ୫ ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି କାହିଁକି ? ସେହିପରି ମୃତ ଏଏସଆଇ ଏଲିଶା ତଦନ୍ତ କରିବାକୁ ଯାଇ ଭିଡରେ ଠେଲାପେଲାର ଶିକାର ହେଉଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ କଣ କରୁଥିଲେ ବୋଲି କହିଛି।

ଅନ୍ୟପକ୍ଷରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ମୃତ୍ୟୁ ମାମଲାରେ ହୋଟେଲ ଅନୁରାଗ ମ୍ୟାନେଜର ଦିନେଶ ରାଏଙ୍କୁ ଏଚଆରପିସି ଡିଏସରି ବନିତା ମାଝୀ ଜେରା କରିଛନ୍ତି। ଧାରା ୧୬୧ ଅନୁଯାୟୀ ତାଙ୍କ ବୟାନ ରେକର୍ଡ ହୋଇଛି। ହୋଟେଲ ରାଧିକା ଏଜେନ୍ସିରେ ସହକାରୀ ଜିଲ୍ଲପାଳ ଥିବା ସମୟରେ ସେନସୋରୀ ପାର୍କରୁ ତାଙ୍କ ମୃତ ଦେହ ଉଦ୍ଦାର ହୋଇଥିଲା। ତେବେ ଏହା ପୂର୍ବରୁ ହୋଟେଲ ଅନୁରାଗର ୨୦୫ ନମ୍ବର ରୁମରେ ସୁସ୍ମିତା ରହିଥିଲେ ବୋଲି ଜଣାପଡିଛି। ଏହି ହୋଟେଲରୁ ଅନେକ କିଛି ପ୍ରମାଣ ମିଳିଥିବା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button