ବନ୍ଧୁକ ଦେଖାଇ ଅଭିନେତ୍ରୀଙ୍କ ଗହଣା ଓ ଟଙ୍କା ଲୁଟ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ନିକିତା ରାୱଲଙ୍କ ଘରୁ ଲୁଟ। ଦୁଇଦିନ ତଳେ ତାଙ୍କ ଗୃହ ସହାୟକ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଥିବା ନିକିତା ତୁରନ୍ତ ଓଶିୱାରା ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ନିକିତା ଗଣମାଧ୍ୟମକୁ କହିଛନ୍ତି ଚାରି-ପାଞ୍ଚ ମାସ ତଳେ ମୁଁ ଜଣେ ଗୃହ ସହାୟକ ନିଯୁକ୍ତି ଦେଇଥିଲି। ପିଲାଟିର ବ୍ୟବହାର ଭଲ। ସେ କାମ କରିବା ଭିତରେ ମୋ ଘରୁ ଅନେକ ଜିନିଷ ଗାଏବ ହେବାକୁ ଲାଗିଲା। ଥରେ ମୁଁ ଦେଖିଲି ମୋ ବ୍ୟାଗରୁ ପାଞ୍ଚ ହଜାର ଟଙ୍କା ବାହାର କରାଯାଇଛି। ମୁଁ ତାଙ୍କୁ ପଚାରିବାରୁ ସେ ପ୍ରଥମେ ମନା କରିଥିଲେ। ପୋଲିସର ଧମକ ଦେବାରୁ ସେ ତାର ବାପାଙ୍କୁ ଫୋନ କରି ଡାକିଥିଲେ। ସେ ଆସିବା ପରେ ଦୁହେଁ ବନ୍ଧୁକ ଦେଖାଇ ଘରେ ଥିବା ଅଳଙ୍କାର ଚୋରି କରି ନେଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ମୁଁ କିଛି କହିନଥିଲି। ହେଲେ ସେମାନେ ଘରୁ ଯିବା ପରେ ପୋଲିସରେ ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *

Back to top button