Wed. Nov 20th, 2019

ଭୁବନେଶ୍ଵରରେ ୫୪.୫% ବ୍ୟବହାର କରନ୍ତି ଯୌନ ଉପକରଣ

ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୭ ପ୍ରତିଶତ ସେମାନଙ୍କ ‌ଯୌନକ୍ରିୟା କାଳରେ ବିଭିନ୍ନ ପ୍ରକାରର ଯୌନ ଉପକରଣ ବ୍ୟବହାର କରୁଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଏ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି। ଜାତୀୟସ୍ତରର ଏକ ପ୍ରମୁଖ ସମ୍ବାଦ ଭିତ୍ତିକ ପତ୍ରିକା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି।

ଭାରତୀୟ ସମାଜରେ ଚିନ୍ତାଧାରା, ମାନସିକତା ଓ ଦୃଷ୍ଟିଭଙ୍ଗୀ ବଦଳି ଥିଲେ ମଧ୍ୟ ଭାରତୀୟମାନେ ଯୌନ ଜୀବନକୁ ନେଇ ବେଶ ରକ୍ଷଣଶୀଳ। ୫୩ ପ୍ରତିଶତ ଭାରତୀୟଙ୍କ ପାଇଁ ଏବେ ବି ସେମାନଙ୍କ ସାଥୀଙ୍କ କୁମାରୀତ୍ଵ (ଭର୍ଜିନିଟି) ଗୁରୁତ୍ବପୂର୍ଣ୍ଣ ହୋଇ ରହିଛି। ସେହିପରି ୮୯ ପ୍ରତିଶତ ଭାରତୀୟ ସେମାନଙ୍କ ଯୌନକ୍ରିୟା କାଳର କୌଣସି ପ୍ରକାରର ଚିତ୍ର ଉତ୍ତୋଳନକୁ ଘୋର ବିରୋଧ କରନ୍ତି। ଜାତୀୟସ୍ତରର ପ୍ରମୁଖ ସମ୍ବାଦ ଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଭାରତୀୟ ମାନଙ୍କର ଯୌନ ଜୀବନ ସଂପର୍କରେ କରାଯାଥିବା ‘ସେକ୍ସ ସର୍ଭେ-୨୦୧୯’ରୁ ଏହି ତଥ୍ୟ ସାମନାକୁ ଆସିଛି। ସର୍ଭେରେ ଅଂଶ ଗ୍ରହଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଯୌନ ଜୀବନକୁ ନେଇ ସନ୍ତୁଷ୍ଟ କହିଥିବା ବେଳେ ୩୧ ପ୍ରତିଶତ ଯୌନ ଜୀବନକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରୁଥିବା ସ୍ଵୀକାର କରିଛନ୍ତି।

ଓଡ଼ିଶା ଏ କ୍ଷେତ୍ରରେ ପଛରେ ନାହିଁ। ଯୌନକ୍ରିୟା କାଳରେ ଯୌନ ଉପକରଣ ବ୍ୟବହାରକାରୀଙ୍କ ସଂଖ୍ୟା ସମଗ୍ର ଦେଶରେ ୨୭ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ଵର ଦ୍ଵିତୀୟ ସ୍ଥାନରେ ରହିଛି। ଏହି ତାଲିକାର ଶୀର୍ଷରେ ଇନ୍ଦୋର (୬୫.୫%) ଥିବାବେଳେ ଭୁବନେଶ୍ଵର (୫୪.୫%) ଓ ତୃତୀୟ ସ୍ଥାନରେ ଗୁରୁଗ୍ରାମ (୫୧%) ରହିଛି। ଏହାବ୍ୟତୀତ ୪୦ ପ୍ରତିଶତ ଭାରତୀୟ ଯୌନ ଜୀବନକୁ ନେଇ ସଂପୂର୍ଣ୍ଣ ସନ୍ତୁଷ୍ଟ ନଥିବା ସର୍ଭେ ସମୟରେ କହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *