Wed. Nov 20th, 2019

ଇନ୍‌କମିଂ କଲ୍‌ ରିଙ୍ଗ୍‌: ମୋବାଇଲ୍‌ ୩୦ ଓ ଲ୍ୟାଣ୍ଡଲାଇନ୍‌ ୬୦ ସେକେଣ୍ଡ

ନୂଆଦିଲ୍ଲୀ : ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ୍‌ ଫୋନ ପାଇଁ କଲ୍‌ ରିଙ୍ଗ୍‌ ସମୟ ଆଜି ଧାର୍ଯ୍ୟ କରିଛି ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)। ନୂଆ ନିୟମ ଅନୁଯାୟୀ ମୋବାଇଲ୍‌ ଫୋନକୁ ଆସୁଥିବା ଇନ୍‌କମିଂ କଲ୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ ହେବ। ଲ୍ୟାଣ୍ଡଲାଇନ୍‌ ରିଙ୍ଗ ହେବ ୬୦ସେକେଣ୍ଡ। ଏହି ନିୟମ ୧୫ଦିନ ପରେ ଲାଗୁ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ବିଭିନ୍ନ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀମାନେ ନିଜ ନିଜର ଇନ୍‌କମିଂ ଭଏସ୍‌ କଲ ଆଲର୍ଟର ସମୟ ୩୦ ସେକେଣ୍ଡରୁ ୪୫ସେକେଣ୍ଡ ପର୍ଯ୍ୟନ୍ତ ରଖିଛନ୍ତି।

Leave a Reply

Your email address will not be published. Required fields are marked *