ଜବତ ବାଣ ଓ ମଦ ଚୋରାଚାଲାଣ : ବେଗୁନିଆ ଆଇଆଇସି ବଦଳିଲେ

ଖୋର୍ଦ୍ଧା : ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କର ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛି। ବୋଲଗଡ଼ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ସେଠାକୁ ବଦଳି କରାଯାଇଛି।କରାଯାଇଛି। ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ହୋଇଛି ଏହି କାର୍ଯ୍ୟ।ନୁଷ୍ଠାନ।

ଖବର ଅନୁଯାୟୀ ଶନିବାର ବେଗୁନିଆ ଥାନା ପୋଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍‌କୁ ମଧ୍ୟ ଜବତ କରିଥିଲା। କିନ୍ତୁ ଜବତ ବାଣ ଓ ମଦକୁ ସେହିଦିନ ରାତିରେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି କାରରେ କୌଣସି ସ୍ଥାନକୁ ନିଆଯାଉଥିଲା। ହେଲେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ। କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିବାରୁ ହୋମଗାର୍ଡ ପ୍ରକାଶ ସନ୍ତୋଷଜନକ ଉତ୍ତର ନଦେଇ ତାଙ୍କୁ ଛାଡ଼ି ଦେବାକୁ ଲୋକଙ୍କୁ ହାତଯୋଡ଼ି ନିବେଦନ କରିଥିଲେ।

ପରେ ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିଲେ। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ବେଗୁନିଆ ସରପଞ୍ଚ ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କୁ ଖବର ଦେଇଥିଲେ। ଏସ୍‌ଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରି କାରଟିକୁ ଜବତ କରି ଥାନାକୁ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button