Thu. Jun 27th, 2019
82 views

ବିଜେପି କାର୍ଯ୍ୟକର୍ତା ଜୀବିତ ଥିବା ପର୍ଯ୍ୟନ୍ତ ଭାରତ ଠାରୁ କାଶ୍ମୀରକୁ କେହି ଅଲଗା କରିପାରିବେ ନାହିଁ : ଅମିତ ଶାହା

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ବିହାରର ସୀତାମଡୀରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସମ୍ବୋନ୍ଧନ କରିଛନ୍ତି । ଏହି ସମୟରେ ଶାହା ବିପକ୍ଷ ଉପରକୁ ଆକ୍ରମଣ କରି କହିଛନ୍ତି ଯେ, ମହାମେଂଟର ନେତା କହୁଛନ୍ତି କି, କାଶ୍ମୀରିରେ ଜଣେ ପ୍ରଧାନ ମନ୍ତ୍ରୀ ହେବା ଉଚିତ୍ । କାଶ୍ମୀରୀ ଭାରତରୁ ଅଲଗା ହେବା ଉଚିତ୍ । ଯଦି କେବେ ଆମ ସରକାର ନଆସେ ତେବେ ସୁଦ୍ଧା ମଧ୍ୟ ବିଜେପି କାର୍ଯ୍ୟକର୍ତାଙ୍କ ଜୀବନ ଥିବା ଯାଏଁ ଭାରତ ଠାରୁ କାଶ୍ମୀରୀକୁ କେହି ଅଲଗା କରିପାରିବେ ନାହିଁ ।

ଶ୍ରୀ ଶାହା ଆହୁରି କହିଛନ୍ତି ଯେ, ଲାଲୁ ରାବଡିଙ୍କ ସରକାର ସମୟରେ ବିହାରରେ ଗୁଣ୍ଡାଗର୍ଦି, ଜାତିବାଦ, ଅପହରଣ, ବଳାତ୍କାର ହେଉଥିଲା । ନିତିଶ କୁମାର ଏବଂ ସୁଶୀଲ ମୋଦୀଙ୍କ ଯୋଡି ବିହାରକୁ ଏହି ଜଙ୍ଗଲ ରାଜ ଠାରୁ ମୁକ୍ତି ଦେଇଛନ୍ତି । ଯେଉଁ ସମୟରେ ଲାଲୁ-ରାବଡି ଏବଂ ରାହୁଲଙ୍କ ଶାସନ ଚାଲିଥିଲା ସେହି ସମୟରେ ଗରୀବଙ୍କୁ ଚିକିତ୍ସା କରିବା ପାଇଁ ବିବଶ ଥିଲେ । ତାଙ୍କ ପାଖରେ ଟଙ୍କା ନଥିଲା । କିନ୍ତୁ ଆଜି ମୋଦୀଙ୍କ ସମୟରେ ଆୟୁଷ୍ମାନ ଭାରତ ଯୋଜନାରେ ଗରୀବଙ୍କୁ ମୁକ୍ତ ଚିକିତ୍ସା ମିଳୁଛି । ଏହାଛଡା ସେ କହିଛନ୍ତି ଯେ ଦେଶରେ ପୂର୍ବ, ପଶ୍ଚିମ, ଉତର, ଦକ୍ଷିଣ ସବୁ ଜାଗାରେ ମୋଦୀ ନାରା ଚାଲିଛି । ଦେଶର ଜନତାଙ୍କୁ ଯେଉଁ ସରକାର ଆବଶ୍ୟକ ତାହା ମୋଦୀ ସରକାର ଦେଇଥିବା ବେଳେ କଂଗ୍ରେସ, ଆରଜେଡି କିଛି କରି ନାହାଁନ୍ତି ବୋଲି ସେ କହିଛନ୍ତି।

ସେୟାର କରନ୍ତୁ:-

2 thoughts on “ବିଜେପି କାର୍ଯ୍ୟକର୍ତା ଜୀବିତ ଥିବା ପର୍ଯ୍ୟନ୍ତ ଭାରତ ଠାରୁ କାଶ୍ମୀରକୁ କେହି ଅଲଗା କରିପାରିବେ ନାହିଁ : ଅମିତ ଶାହା

  1. ଅମିତ ସାହା ଏମିତି କହିବା ଠିକ୍ ହେଉନାହିଁ । ବିଜେପି କାର୍ଯ୍ୟ କର୍ତା କଣ କରିବେ । ପ୍ରତ୍ୟେକ ଭାରତୀୟ ଓ ସେନା ଥିବା ପର୍ଯ୍ୟନ୍ତ ଭାରତ ଠାରୁ କାଶ୍ମୀର କୁ କେହି ଅଲଗା କରି ପାରିବେ ନାହିଁ। ଜୟ ଜଗନ୍ନାଥ ଜୟ ଜବାନ୍ ଜୟ କିଶାନ୍ ଭାରତ ମାତା କି ଜୟ

Leave a Reply

Your email address will not be published. Required fields are marked *