ଆରବସାଗର ଓ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ଵର : ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଛି। ଓଡ଼ିଶା ସମେତ ଅଧିକାଂଶ ଅଞ୍ଚଳରୁ ମୌସୁମୀ ଅପସରି ଗଲାଣି। ଏବେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ବାତ୍ୟାର ସୂଚନା ବୋଲି ଲୋକେ କହୁଛନ୍ତି। କାରଣ ଅକ୍ଟୋବରରେ ଓଡ଼ିଶାରେ ଅନେକ ବାତ୍ୟା ହୋଇଛି। ଏ ମଧ୍ୟରେ ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡହୁଡ ଓ ୨୦୧୮ରେ ବାତ୍ୟା ତିତିଲି ଅକ୍ଟୋବର ମାସରେ ହୋଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଖବର ଅନୁଯାୟୀ ଚଳିତବର୍ଷ ଅକ୍ଟୋବରରେ ଆରବ ସାଗର ଓ ବଙ୍ଗୋପାସଗରେ ଏକା ସମୟରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତା କାଲି ସୁଦ୍ଧା ଲଘୁଚାପର ରୂପ ନେବ। ଆରବ ସାଗରରେ ନେବ ବାତ୍ୟାରୂପ। ଏହାର ନାଁ ରହିବ ତେଜ୍। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଭାରତ ଉପକୂଳଠାରୁ ଦୂରକୁ ଯିବାର ସମ୍ଭାବନା ରହିଛି।

ସେହିପରି ଦକ୍ଷିଣ-ପଶ୍ଚିମ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୩୬ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୨୦-୨୧ ତାରିଖ ବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଡିପ୍-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବକି ନାହିଁ ଏବେଠାରୁ କହିବା ସମ୍ଭବ ନୁହେଁ। କିନ୍ତୁ ସମୁଦ୍ରର ପାଣିପାଗସ୍ଥିତିକୁ ଲକ୍ଷ୍ୟକଲେ ବାତ୍ୟା ରୂପ ନେବା ଅସମ୍ଭବ ନୁହେଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି।

Leave a Reply

Your email address will not be published. Required fields are marked *

Back to top button