Thu. May 23rd, 2019
105 views

ନିର୍ମାଣ ହେଉଛି ‘ତେରେ ନାମ୍‍-୨’ : ନଜର ଆସିବେ ସଲମାନ !

ସେୟାର କରନ୍ତୁ:-

ମୁମ୍ବଇ : ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରେ ନାମ୍‍’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ନିର୍ଦ୍ଦେଶକ ତଥା ଅଭିନେତା ସତିଶ କୌଶିକ୍‍ ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ସତିଶ କିଛିଦିନ ପୂର୍ବରୁ ‘ତେରେ ନାମ୍‍-୨’ର ସ୍କ୍ରିପ୍ଟ ଲେଖା ଶେଷ କରିଛନ୍ତି । ତାଙ୍କ କହିବା ଅନୁସାରେ ଏହା ‘ତେରେ ନାମ୍‍’ର ସିକ୍ୱେଲ୍‍ ହୋଇଥିଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ କାହାଣୀକୁ ସ୍ଥାନିତ କରାଯାଇଛି। ଏହା ଉତ୍ତର ଭାରତର ଜଣେ ଗ୍ୟାଙ୍ଗ୍‍ଷ୍ଟାରର କାହାଣୀ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରର ନାଁ ସମାନ ରହିବ। ତେବେ ‘ତେରେ ନାମ୍‍-୨’ରେ ମଧ୍ୟ ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନଥିଲେ ହେଁ ବିଶେଷ ସୂତ୍ରରୁ ଖବର ମିଳିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *