ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ : ୫୦୦ରୁ ଅଧିକ ମୃତ

ତେଲ ଅଭିଭ : ସ୍ରାଏଲ ଓ ହମାସ ଯୁଦ୍ଧରେ ସାଢେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁବରଣ କଲେଣି। କିନ୍ତୁ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ନାହିଁ। ଆତଙ୍କବଦୀ ସଂଗଠନ ହମାସକୁ ସଫା କରିବାକୁ ଶପଥ ନେଇଛି ଇସ୍ରାଇଲ। ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ କରାଯିବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଏପରି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଖବର ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଅଲ ଅହଲି ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଯୁଦ୍ଧରେ ଗୁରୁତର ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନେକ ଶରଣାର୍ଥୀ ସେଠାରେ ନେଇଥିଲେ ଆଶ୍ରୟ। ରକେଟ ମାଡରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା ହମାସ ଦାବି କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହାକୁ ଅସ୍ୱୀକାର କରିଛନ୍ତି। ଗାଜା ଉପରେ ହୋଇଥିବା ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ରହିଛି। ଇସ୍ରାଏଲ ସେନାର ସମ୍ପୃକ୍ତ ନଥିବା ପ୍ରଧାନମନ୍ତ୍ରୀ ନେତାନ୍ୟୁହା କହିଛନ୍ତି।

ଗୁଇନ୍ଦା ସଂସ୍ଥା କହିଛି ଏହି ଭୟଙ୍କର ବୋମା ବିସ୍ଫୋରଣ ପାଇଁ ଇସଲାମିକ ଜେହାଦ ଦାୟୀ। ଶତ୍ରୁ ପକ୍ଷ ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ଼ କରୁଛି। ସେଥିରୁ ଗୋଟିଏ ଟାର୍ଗେଟ ଫେଲ୍‌ କରିବାରୁ ହସ୍ପିଟାଲ ଉପରେ ପଡ଼ିଥିଲା। ତେଣୁ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପଛରେ ଇସଲାମିକ ଜିହାଦ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ଏହି ଆକ୍ରମଣ ପାଇଁ ସାଉଦି ଆରବ, ବହରିନ, ଜୋର୍ଡାନ, ତୁର୍କୀ ପରି ଦେଶ ଇସ୍ରାଏଲକୁ ଦାୟୀ କରିଛନ୍ତି। ୟୁଏଇ ଓ ଋଷ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣ ଘଟଣାକୁ ନେଇ ଦୁଃଖିତ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button