କାୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇଲେ ଶ୍ରମମନ୍ତ୍ରୀ

ସୁନ୍ଦରଗଡ଼ : କାୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ଠାରେ ଏପରି ହୋଇଥିବା ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଖବର ଅନୁଯାୟୀ ସୁନ୍ଦରଗଡ଼ଠାରେ ମୁସଲିମ ୟୁଥ୍ କମିଟି ପକ୍ଷରୁ କୱାଲି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଇସ ଅନିସ ସାବରୀ ଗୀତ ପରିବେଷଣ କରୁଥିଲେ। ସୋସିଆଲ ମିଡିଆରେ ସେନସେସନ ପାଲିଟଥିବା ସାଁପ ଡସେ ତୋ ଦୋସ୍ତ ବଚାଏ। ଦୋସ୍ତ ଡସେ ତୋ କୌନ ବଚାଏ ଗୀତରେ ଉଡିଥିଲା ୫୦୦, ଶହେ ଓ ୨୦୦ ଟଙ୍କିଆ ନୋଟ। କେହି କେହି ୧୦ ଓ ୨୦ ଟଙ୍କିଆ ନୋଟ୍ ମଧ୍ୟ ଉଡାଉଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସାରଦା ନାୟକ ମଧ୍ୟ ଥିଲେ ଉତ୍ସାହିତ। କୱାଲି ଗାୟକଙ୍କ ମୁଣ୍ଡ ଉପରେ ସେ ଉଡାଉଥିଲେ ଟଙ୍କା। ତାଙ୍କ ହାତକୁ ବଢାଇ ଦେଉଥିଲେ ଗୋଟିଏ ପରେ ଗୋଟିଏ ନୋଟ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି ଶ୍ରମମନ୍ତ୍ରୀ ପ୍ରକୃତରେ କୱାଲି ପ୍ରେମୀ।

Leave a Reply

Your email address will not be published. Required fields are marked *

Back to top button