ଶୁକ୍ରବାରରୁ ଏକ ନମ୍ବର ହାଟରେ ପରିବା ମିଳିବନି

ଭୁବନେଶ୍ଵର : ଆସନ୍ତା ଶୁକ୍ରବାରଠାରୁ ରାଜଧାନୀର ୧ ନମ୍ବର ହାଟରେ କଞ୍ଚା ପରିବା ମିଳିବନି। ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି। ଏ ସମ୍ପର୍କରେ ସଂଘ ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସୂଚନା ଦେଇଛି।

ଖବର ଅନୁଯାୟୀ ସଂଘ କହିଛି ହାଟକୁ ପରିବା ଆସିବା ପାଇଁ ୨ଟି ମୁଖ୍ୟ ବାଟ ରହିଛି। ହେଲେ ପୂଜା ପାଇଁ ତୋରଣ ବନ୍ଧା ଯାଇଥିବାରୁ ଗୋଟିଏ ଗଳିରେ ପରିବା ଗାଡି ହାଟକୁ ଆସିପାରୁନାହିଁ। ଏଥିସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି କରିଛନ୍ତି। ସେହିପରି ବସ୍ତି ବାସିନ୍ଦା ବିରୋଧ କରୁଥିବାରୁ ଅନ୍ୟ ଏକ ରାସ୍ତା ପଟେ ପରିବା ଆସିପାରୁନଥିବା ସଂଘ ଅଭିଯୋଗ କରିଛି। ଏବେ ପାର୍ବଣ ବେଳେ ପରିବା ବନ୍ଦ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି।

Leave a Reply

Your email address will not be published. Required fields are marked *

Back to top button