ମାନସ ଚୌଧୁରୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରୀୟ ସଂପାଦକ ନିଯୁକ୍ତ

ଭୁବନେଶ୍ଵର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂଜିବା ରେଡି ଆଜି ମାନସ ରଞ୍ଜନ ଚୌଧୁରୀଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରୀୟ ସଂପାଦକ ଭାବରେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଚୌଧୁରୀ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶାର ଜଣେ ବରିଷ୍ଠ ନେତା। ସେ ଅଧୁନା କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ଓ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି। ପୂର୍ବରୁ ସେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button