ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ। କେନ୍ଦୁଝରରେ ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

ଖବର ଅନୁଯାୟୀ ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରେ ଡକାୟତି। ପେଟ୍ରୋଲ୍ ପମ୍ପର ଆଇରନ୍ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ସେମାନେ ସବୁ ଲୁଟି ନେଇଛନ୍ତି। ଗତକାଲି ରାତିରେ ୪ ଜଣ ବନ୍ଧୁକଧାରୀ ଫୁଲଝର ପେଟ୍ରୋଲ ପମ୍ପରେ ଗୁଳି ଫୁଟାଇ ଏହାର ଆଇରନ୍ ଚେଷ୍ଟରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଆଜି ସଦର ଏସଡ଼ିପିଓ ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେଠାରୁ ୨ଟି ଫୁଟା ଓ ୩ଟି ଅଫୁଟା ଗୁଳି ଜବତ ହୋଇଥିବା ବେଳେ ପମ୍ପ ନିକଟ ପଡିଆରୁ ଲକରକୁ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *

Back to top button