Wed. Nov 20th, 2019

କଲରାରେ ଔଷଧୀୟ ଗୁଣ ଅନେକ

କଲରାରେ ଅନେକ ଔଷଧୀୟ ଗୁଣ ରହିଛି। କଲରା ପିତା ହୋଇଥିବାରୁ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତନି। କିନ୍ତୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ପରିବାଟି ଜରୁରୀ। ତେଣୁ ବଜାରରେ ରହିଛି ଏହାର ବେଶ୍ ଚାହିଦା। ସାଧାରଣତଃ କଲରାରେ ମିନେରାଲ୍ସ, ଭିଟାମିନ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥିବାରୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆୟୁର୍ବେଦରେ କୁହାଯାଇଛି।

ଡାଇବେଟିସ୍‌ – କଲରାରେ ରହିଛି କ୍ୟାରୋଟିନ ନାମକ ରାସାୟନିକ ତତ୍ତ୍ୱ ଯାହାର ସେବନରେ ରକ୍ତ ଶର୍କରା ଅଂଶ ନିୟନ୍ତ୍ରଣରେ ରହିଥାଏ।

ଲିଭର – ଏହା ହଜମ ଶକ୍ତି ବଢାଏ। ଗରମ ଦିନେ ଅନେକ ରୋଗଠାରୁ ଦୂରେଇ ରଖେ। ଜଳଉଧୁରି ବା ଲିଭରରେ ପାଣି ଜମା ହେଲେ ନିୟମିତ ୩-୪ ଥର କଲରା ରସ ସେବନ କଲେ ଲାଭ ମିଳେ।

କ୍ୟାନସର – କଲରା ଏହି ରୋଗର ପ୍ରତିରୋଧକ କୁହାଯାଉଥିବାରୁ ପ୍ରତିଦିନ ଏକ ଗ୍ଲାସ କଲରା ରସ ପିଇଲେ ଅଗ୍ନାଶୟ କର୍କଟ ହେବାର ସମ୍ଭାବନା କମ୍‌ ଥାଏ। କାରଣ ଅଗ୍ନାଶୟରେ କର୍କଟ ସୃଷ୍ଟିକାରୀ କୋଶିକାଙ୍କୁ କଲରା ମାରି ଦେଇଥାଏ।

ସୋରିଆସିସ୍‌ – ନିୟମିତ ଭାବେ କଲରା ସର ସହ ଲେମ୍ବୁ ରସ ମିଶାଇ ସେବନ କଲେ ପ୍ରାକୃତିକ ଭାବେ ସୋରିଆସିସ୍‌ ରୋଗ ଭଲ ହୋଇଥାଏ। ଏହାଛଡା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧିପାଏ।

ମୁଣ୍ଡବିନ୍ଧା ଓ ଗଣ୍ଠି ଦରଜ – କଲରା ପତ୍ରକୁ ବାଟି ମଥାରେ ଲେପନ କଲେ ବହୁ ସମୟ ଧରି ହେଉଥିବା ମୁଣ୍ଡବିନ୍ଧା ଭଲ ହୋଇଥାଏ। ସେହିପରି ଗଣ୍ଠି ଦରଜ ହେଉଥିଲେ କଲରାକୁ ବାଟି ଏକ କପଡାରେ ବାନ୍ଧି ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଆରାମ ମିଳେ।

Leave a Reply

Your email address will not be published. Required fields are marked *