ଶୁକ୍ରବାର ସକାଳ ୬ରୁ ବସ୍‌ ଧର୍ମଘଟ

ଭୁବନେଶ୍ଵର : ଆସନ୍ତା କାଲିଠାରୁ ଧର୍ମଘଟକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହିତ ଆଲୋଚନା ଦାବି ନେଇ କୌଣସି ପ୍ରତିଶ୍ରୁତି ନମିଳିବାରୁ ଆନ୍ଦୋଳନ ଆରମ୍ଭ ହେବ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ସାହୁ କହିଛନ୍ତି ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ଧର୍ମଘଟ ଜାରି ରହିବ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ଏହା ଉପରେ ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି।

Leave a Reply

Your email address will not be published. Required fields are marked *

Back to top button