ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ

ନୂଆଦିଲ୍ଲୀ : ପୁରୁଷଙ୍କ ପାଇଁ ଗର୍ଭନିରୋଧକ। ସାତ ବର୍ଷର ଗବେଷଣା ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି। ପୁରୁଷ ଗର୍ଭନିରୋଧକ ‘ରିସଗ’କୁ ସୁରକ୍ଷିତ ଓ ପ୍ରଭାବଶାଳୀ ବୋଲି କୁହାଯାଇଛି।

ଖବର ଅନୁଯାୟୀ ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ। ଯାହା ଗର୍ଭଧାରଣାକୁ ରୋକିବାରେ ସଫଳ ହୋଇଥାଏ। ରିପୋର୍ଟ ଅନୁସାରେ ଆଇସିଏମ୍ଆରର ଏହି ଗବେଷଣାରେ ୩୦୩ ଜଣ ପୁରୁଷ ସାମିଲ ହୋଇଥିଲେ। ସଫଳତା ମିଳିବା ପରେ ଏହା ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକ୍ସନ ହେବାକୁ ଯାଉଛି।

ରିସଗ ଗର୍ଭଧାରଣକୁ ରୋକିବା ପାଇଁ ୯୯ ଦଶମିକ ୨ ପ୍ରତିଶତ ସଫଳ ହୋଇଛି। ଆଉ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଗବେଷଣାରେ ଯେଉଁ ପୁରୁଷମାନେ ସାମିଲ ହୋଇଥିଲେ ସେମାନଙ୍କ ସହ ସେମାନଙ୍କର ପତ୍ନୀ ଥିଲେ। ତେବେ ଏହି ଗର୍ଭନିରୋଧକ ଇଞ୍ଜେକ୍ସନ କେବେ ସର୍ବସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ହେବ ତାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button