ସୁନ୍ଦରଗଡ଼ : ଦୁଷ୍କର୍ମୀକୁ ଫାଶୀଦଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ି ଶିଶୁକନ୍ୟା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ଆସିଛି। ଅଭିଯୁକ୍ତ ସଂଜୀବକୁ ମିଳିଛି ମୃତ୍ୟୁଦଣ୍ଡ। ଏଥିସହ ୧୦ ହଜାର ଟଙ୍କା ଜରିମାନା। ଏହାଛଡା ମୃତା ଶିଶୁଙ୍କ ବିଧବା ମା’ଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୭ ବର୍ଷ ପରେ ରାୟ ଆସିଛି।

ଖବର ଅନୁଯାୟୀ ୨୦୧୬ ଅକ୍ଟୋବର ୨୧ ତାରିଖ ରାତିରେ ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ି ଅଞ୍ଚଳରେ ମା’ କୋଳରେ ଶୋଇଥିବା ୪ ବର୍ଷର ଶିଶୁକନ୍ୟାକୁ ଅପହରଣ ହୋଇଥିଲା। ଅଭିଯୁକ୍ତ ଏକ ନିର୍ମାଣାଧୀନ କୋଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିବାପରେ ଧରାପଡ଼ିଯିବା ଭୟରେ ହତ୍ୟା କରିଥିଲା। ଘଟଣାର ୪ ଦିନ ପରେ ନିର୍ମାଣାଧୀନ କୋଠାରୁ ଶିଶୁର ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର କରି ପୋଲିସ ସଂଜୀବ କେର୍କେଟାଙ୍କ ସମ୍ପୃକ୍ତ ଥିବା ସୂଚନା ପାଇଥିଲା। ତେ‌ବେ ଘଟଣା ପରେ ସେ ଫେରାର ଥିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅକ୍ଟୋବର ୨୭ରେ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Back to top button