ଲଘୁଚାପ ସୃଷ୍ଟିହେଲା : ୨୩ରୁ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଥମେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ଗତିପଥ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିିପାଗ ବିଭାଗ ସୂଚନା ଦେଇଛି।

ଖବର ଅନୁଯାୟୀ ପାଣିିପାଗ ବିଭାଗ କହିଛି ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ପାଗ ପାଗ ଶୁଖିଲା ରହିବ। ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି।

ସେହିପରି ୨୪ ଓ ୨୫ ତାରିଖରେ ଉପକୂଳର ବ୍ୟତୀତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ତେଣୁ ୨୨ ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ୨୩ ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳ ଗଭୀର ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button