Wed. Nov 20th, 2019

୪୮ ବର୍ଷରେ ତବ୍ବୁ, ଏବେବି ଅବିବାହିତା

ମୁମ୍ବାଇ: ବଲିଉଡ୍‌ ନାୟିକା ତବ୍ବସୁମ ଫାତିମା ହାସମି (ତବ୍ବୁ) ୪୮ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ବୋଧହୁଏ ସେ ଚାହୁଁଥିବା ଜୀବନସାଥି ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ।

୧୯୮୦ରେ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ରୁ ତବ୍ବୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ବକ୍ସ ଅଫିସରେ ଏହି ଫିଲ୍ମଟିକୁ ସେତେଟା ସଫଳତା ମିଳିନଥିଲା। ଏହାପରେ ଅଜୟ ଦେବଗନଙ୍କ ସହ ‘ବିଜୟପଥ’ରେ ସେ ନଜର ଆସିଲେ। ଏଥିରେ ମିଳିଲା ସଫଳତା। ତବ୍ବୁ ସୃଷ୍ଟି କଲେ ତାଙ୍କର ସ୍ଵତନ୍ତ୍ର ପରିଚୟ। ପରେ ‘ମ୍ୟାଚିସ’, ‘ବିରାସତ’, ‘ଚାନ୍ଦନି ବାର’ ଭଳି ଫିଲ୍ମରେ ତାଙ୍କର ଦମ୍‌ଦାର୍‌ ଅଭିନୟ ଦର୍ଶକଙ୍କ ନିକଟତର କରାଇଲା। ଅଭିନୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଫିଲ୍ମ ଫେୟାର ଆୱାର୍ଡ, ନ୍ୟାଶନାଲ ଆୱାର୍ଡ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ।

ବଲିଉଡ୍‌ରେ ତବ୍ବୁ ତାଙ୍କ କ୍ୟାରିୟରର ୩୯ ବର୍ଷ କଟାଇ ସାରିଲାଣି। ତେଲଗୁ, ତାମିଲ, ମରାଠି ଓ ବଙ୍ଗଲା ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି। ହେଲେ ଆଜିଯାଏ ବିବାହ ହୋଇନି। ଅତୀତରେ ତବ୍ବୁଙ୍କ ନାଁ ସହ ତେକେଜଣ ନାୟକଙ୍କ ନାଁକୁ ଯୋଡା ଯାଇଥିଲେ ମଧ୍ୟ ସେ କାହିଁକି ବିବାହ କରି ନାହାଁନ୍ତି ତାହା ସ୍ପଷ୍ଟ ହୋଇନି। ଥରେ ଏକ ସାକ୍ଷାତ୍‌କାରରେ ଅଜୟ ଦେବଗନ କହିଥିଲେ ତବ୍ବୁ ମୋ ଭଳି ଜଣେ ଜୀବନସାଥି ଚାହୁଁଥିଲେ। ତାଙ୍କୁ ଆଜିଯାଏ ମିଳିନଥିବାରୁ ବିବାହ କରି ନାହାଁନ୍ତି। ଆହୁରି କୁହାଯାଏ ନାଗାର୍ଜୁନଙ୍କ ସହିତ ତବ୍ବୁ ରିଲେସନଶିପରେ ଥିଲେ। କିନ୍ତୁ ନାଗାର୍ଜୁନ ଥିଲେ ବିବାହିତ। ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡିବାକୁ ଚାହୁଁ ନ ଥିବାରୁ ତବ୍ବୁ କୁଆଡେ ତାଙ୍କଠାରୁ ଦୂରେଇ ଯାଇଥିଲେ। ତେବେ ସତ କ’ଣ ତାହା ତବ୍ବୁଙ୍କୁ ହିଁ ଜଣା।

Leave a Reply

Your email address will not be published. Required fields are marked *